ସାମ୍ନାକୁ ଆସିଲା RTI ତଥ୍ଯ, କେନ୍ଦ୍ରକୁ ଆସୁଥିବା ପନିପରିବା ଓ ଖାଦ୍ୟ ସାମଗ୍ରୀର ଜାଲ୍ ଭାଉଚର ଅଭିଯୋଗକୁ ଖଣ୍ଡନ କଲେ ଅଙ୍ଗନବାଡି କର୍ମୀ

Published By : Prameya-News7 Bureau | September 08, 2024 IST

ଭଦ୍ରକ ୮।୯: ସୂଚନା ଅଧିକାର ଆଇନରେ ଅଙ୍ଗନବାଡି କର୍ମୀଙ୍କ ନାଁରେ ତଥ୍ୟ ମିଳିବା ପରେ ଅଭିଯୋଗକାରୀ ଓ ଆବେଦନକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ସୂଚନା ଅଧିକାରରେ ତଥ୍ୟ ଆବେଦନ କରିଥିବା ଯୁବକ ଯେଉଁ ଅଭିଯୋଗ ଆଣୁଛନ୍ତି, ସେସବୁ ଅଭିଯୋଗକୁ ଲିଖିତ ଭାବେ ଖଣ୍ଡନ କରିଛନ୍ତି ଅଙ୍ଗନବାଡି କର୍ମୀ । 

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ କରଦା  ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଯୁବକ । ଅଭିଯୋଗକାରୀ କହିଛନ୍ତି ଯେ, ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଆସୁଥିବା ପନିପରିବା ଓ ଖାଦ୍ୟ ସାମଗ୍ରୀ ପାଇଁ ଜାଲ୍ ଭାଉଚର କରୁଛନ୍ତି, ଭାଉଚରରେ ଟ୍ୟାମ୍ପରିଂ କରୁଛନ୍ତି । କ୍ୟାସବୁକ୍‌କୁ ପେନସିଲରେ ଲେଖିବା ଓ ଉପସ୍ଥାନ ଖାତାରେ ମଧ୍ୟ ଚଞ୍ଚକତା କରୁଥିବା ଭଳି ଆହୁରି ଅନେକ ଅଭିଯୋଗ ଆଣିଛନ୍ତି । କିନ୍ତୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ନାଁରେ ଅଭିଯୋଗ ପରେ ତଦନ୍ତ ହୋଇଛି । କିନ୍ତୁ ଅଙ୍ଗନବାଡି କର୍ମୀ ଅଭିଯୋଗକୁ ଖଣ୍ଡନ କରିବା ସହ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଚିଠି ଲେଖିଛନ୍ତି । ପନିପରିବା କିଣିବା ବେଳେ ଜାଲ୍ ଭାଉଚର ହୋଇନଥିବା, ଅନ୍ୟ କେନ୍ଦ୍ରରୁ ଆସିଥିବା ଭାଉଚର ସଂଶୋଧିତ ହୋଇଥିବା ଓ ୨୦୨୧ ମସିହାରେ ଅଙ୍ଗନବାଡି କର୍ମୀ କ୍ୟାସବୁକ ମ୍ୟାଣ୍ଟେନ ପାଇଁ ଅନଭିଜ୍ଞ ଥିବାରୁ ପେନସିଲରେ ମ୍ୟାଣ୍ଟେନ ପାଇଁ ନିର୍ଦ୍ଦେଶ ଥିବା ଲିଖିତ ଭାବେ ଜଣାଇଛନ୍ତି ।  ସେ କହିଛନ୍ତ ଯେ, ତାଙ୍କ ପାଖରେ ଉପଯୁକ୍ତ ପ୍ରମାଣ ଅଛି, ତଦନ୍ତ ସମୟରେ ଉପସ୍ଥାପନ କରିଛନ୍ତି । ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କିନ୍ତୁ ଧାମନଗରର ଭାରପ୍ରାପ୍ତ ସିଡିପିଓ ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ କହିଛନ୍ତି ଯେ ଅଭିଯୋଗର ତଦନ୍ତ ସରିଛି ଓ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଖୁବ ଶୀଘ୍ର ରିପୋର୍ଟ ଦିଆଯିବ ।

You Can Read:

ବଙ୍ଗୋପସାଗରରେ ଘନଉଛି ଅବପାତ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.