କୋରାପୁଟରେ ସମସ୍ତ ସ୍କୁଲ ଛୁଟି, IMDର ରେଡ୍ ୱାର୍ଣ୍ଣିଂ ପରେ ଛୁଟି ଘୋଷଣା

Published By : Prameya-News7 Bureau | September 10, 2024 IST

କୋରାପୁଟ ୧୦।୯: କୋରାପୁଟରେ ସମସ୍ତ ସ୍କୁଲ ଛୁଟି । ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । IMD ପକ୍ଷରୁ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ଛୁଟି ଘୋଷଣା ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଥିବାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ବିଭାଗ ଛୁଟି ଘୋଷଣା କରିଛି ।

ସେପଟେ ମାଲକାନଗିରି ଓ ଗଞ୍ଜାମରେ ମଧ୍ୟ ସ୍କୁଲ ଛୁଟି । ମଙ୍ଗଳବାର ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ଅବପାତ ପ୍ରଭାବରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

You Can Read:

ବଂଶଧାରା ନଦୀରେ ପ୍ରଥମ ବନ୍ୟାଜଳ, ସତର୍କ ସଙ୍କେତ ତଳେ ପ୍ରବାହିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.