ପୁରୀ ୧୮।୮: ମିଲ୍କୁ ଗଲା ଅର୍ପଣ ଚାଉଳ । ଶ୍ରୀମନ୍ଦିର ଉତ୍ତର ଦ୍ବାର ପ୍ରବେଶ ଦ୍ବାର ନିକଟରେ ଥିବା ଅର୍ପଣ ଚାଉଳକୁ ମିଲ୍କୁ ପଠାଇଛି ସୁଆର ମହାସୁଆର ନିଯୋଗ । ପ୍ରାୟ ୪୦୦ ବସ୍ତା ଅର୍ଥାତ ୨୦ କ୍ବିଣ୍ଟାଲ ଚାଉଳକୁ ରବିବାର ସକାଳୁ ମିଲ୍କୁ ପଠାଯାଇଛି । ତେବେ ଏହି ଚାଉଳ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ସମୟରେ ସାରା ରାଜ୍ୟରୁ ସଂଗୃହୀତ ହୋଇଥିଲା । ପ୍ରାୟ ୧୪ ହଜାର କ୍ବିଣ୍ଟାଲ ଚାଉଳ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ସମୟରେ ସଂଗୃହୀତ ହୋଇଥିବା ବେଳେ ଏଥିରୁ ୪ ହଜାର କ୍ବିଣ୍ଟାଲ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟା ଯାଇଥିଲା। ତେବେ ଆହୁରି ୧୦ ହଜାର କ୍ବିଣ୍ଟାଲ ଚାଉଳ ଏବେବି ମହଜୁଦ ଥିବାବେଳେ ସେଗୁଡିକ ନଷ୍ଟ ହେବାକୁ ଗଲାଣି । ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଥିବା ଅର୍ପଣ ଚାଉଳ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଦୁର୍ଗନ୍ଧ ହେବାରୁ ସୁଆର ମହାସୁଆର ନିଯୋଗ ଏହାର ରିପ୍ରୋସେସିଂ ପାଇଁ ମିଲ୍ ପଠାଇଛି । ଏହି ଚାଉଳକୁ ଚୂନା କରି ମହାପ୍ରଭୁଙ୍କ ପିଠା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ।
You Can Read:
ଚିଲିକା ମଝିରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସିଥିଲା