ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Prameya-News7 Bureau | October 08, 2024 IST

ବୈପାରୀଗୁଡା ୮।୧୦: ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ l କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତର ଜଟିଆଗୁଡା ଗାଁରୁ ଆସିଛି ଏଭଳି ଅଭିଯୋଗ l 

ସୂଚନାଯୋଗ୍ୟ ଯେ, ଗାଁର ଧନପତି ଉଦୁଲୁ ବାଡ଼ିଆ ପ୍ରତିଦିନ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଆନ୍ତି l ହେଲେ ଗତ ସୋମବାର ଦିନ ସେ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ଖୋଜାଖୋଜି କରିବା ପରେ ସୋମବାର ରାତିରେ ଗାଁ ନିକଟସ୍ଥ ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ମରଶରୀର ଦେଖିଥିଲେ l ଧନପତିଙ୍କ ସୁସ୍ଥ ଶରୀରରେ ମାଡ଼ ଚିହ୍ନ ଦେଖି ହତ୍ୟା ସନ୍ଦେହ କରି ପୋଲିସକୁ ସୂଚନା ଦେଲେ ପରିବାର ଲୋକେ l ପୋଲିସ ଶବ ଜବତ କରି ବୈପାରୀଗୁଡା ମେଡ଼ିକାଲରେ ରଖିଥିବା ବେଳେ ହତ୍ୟାକାରୀଙ୍କୁ ଗିରଫ ଦାବି କରିଛନ୍ତି ଗାଁ ଲୋକେ l ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବୈପାରୀଗୁଡା ପୋଲିସ କହିଛି ।

You Can Read:

ଶିରୀଶକଟା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.