ବିଷାକ୍ତ ଛତୁ ଖାଇ ଦେଢ଼ ବର୍ଷର ଶିଶୁ କନ୍ୟା ସମେତ ୪ ଗୁରୁତର, ସମସ୍ତେ ଗୋଟିଏ ପରିବାରର

Published By : Prameya-News7 Bureau | July 18, 2024 IST

ନୀଳଗିରି ୧୮: ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ହୁଡିସାହି ଗାଁରେ ଅଘଟଣ । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଦେଢ଼ ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପଞ୍ଚଲିଙ୍ଗେଶ୍ୱର ନିକଟ ହୁଡ଼ିସାହି ଗ୍ରାମରେ ଜେମା ସିଂ ବାଡିରୁ ଛତୁ ତୋଳି ଆଣି ଦେଇଥିଲେ । ବୋହୁ ରୋଷେଇ କରିବା ପରେ ପରିବାର ଲୋକେ ଖାଇବା ପରେ ବାନ୍ତି ଆରମ୍ଭ ହୋଇଥିଲା । ତେବେ ଛତୁ ବିଷାକ୍ତ କାରଣରୁ ଏଭଳି ହୋଇଥିବାରୁ ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି । ପରେ ୩ ଜଣଙ୍କୁ ଫକୀରମୋହନ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ଜେମା ସିଂ, ତାଙ୍କ ବୋହୁ ଧରିତ୍ରୀ ସିଂ, ଦେଢ଼ ବର୍ଷର ନାତୁଣୀ ଶୁଭଶ୍ରୀ ଓ କକା ସତୁରା ସିଂ ।

You Can Read:

ଖାକିରେ ଲାଗିଲା ଦାଗ, ଗଞ୍ଜେଇ ଚାଲାଣ ବେଳେ ବାହାର ରାଜ୍ୟରେ ଧରାପଡିଲେ ବୌଦ୍ଧ ଟ୍ରାଫିକ୍ ASI

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.