ମାଳ ମାଳ ପ୍ଲଟ, ପୁଳା ପୁଳା ଟଙ୍କା: ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାରଙ୍କ ଆଖିଟେରା ସଂପତ୍ତି

Published By : Prameya-News7 Bureau | August 03, 2024 IST

ଭୁବନେଶ୍ୱର ୩/୮: ବନ୍ଧା ହେଲା କୋଟିପତି ଅଧୀକ୍ଷଣ ଯନ୍ତ୍ରୀ । ବାଲେଶ୍ବର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରଭାସଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ପ୍ରଭାସଙ୍କ ୭ଟି ଠିକଣାରେ ରେଡ୍‌ କରିଥିଲା ଭିଜିଲାନ୍ସ ଟିମ୍‌ । ରେଡ୍‌ ବେଳେ ଘରୁ ନଗଦ ୧୧.୭ ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଜବତ ହୋଇଥିଲା । ବିଭିନ୍ନ ସ୍ଥାନରେ ୮୫ଟି ପ୍ଲଟ ଠାବ ହୋଇଥିଲା । ସେହିପରି ୫ ମହଲା କୋଠା ସହ ଜଳେଶ୍ବରରେ ଏକ ମାର୍କେଟ କଂପ୍ଲେକ୍ସ ଠାବ ହୋଇଥିଲା । କୁବେର ଯନ୍ତ୍ରୀ ପ୍ରଭାସଙ୍କ କୋଟି କୋଟି ଟଙ୍କାର ସଂପତ୍ତି ଦେଖି କାବା ହୋଇଯାଇଥିଲେ ଭିଜିଲାନ୍ସ ଟିମ୍‌ । ପ୍ରଭାସଙ୍କ ପୁଅ,ସ୍ତ୍ରୀ, ଭଉଣୀଙ୍କ ନାଁରେ ମଧ୍ୟ କୋଟି କୋଟ ଟଙ୍କାର ସଂପତ୍ତି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.