ଭୁବନେଶ୍ବର ୧୪।୯: ଏବେ ଯାଏଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିସାରିଲେଣି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୧୫ ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ ତାଙ୍କୁ ୧୭ରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ ।
ରବିବାର ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଦିନ । ୧୦ ହଜାର ପଦଯାତ୍ରା ହେବ । ରାଜଧାନୀରୁ ଆରମ୍ଭ କରି ପ୍ରତ୍ୟେକ ରାଜସ୍ବ ଗ୍ରାମରେ ହେବ ସୁଭଦ୍ରା ଯାତ୍ରା । ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ପଦଯାତ୍ରା ହେବ । ଏସ୍ଏଚ୍ଜି ମା’ ମାନେ ମଧ୍ୟ ଗାଁ ଗାଁରେ ସାମିଲ ହେବେ । ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ବବିଦ୍ୟାଳୟ ଯାଏଁ ସୁଭଦ୍ରା ପଦଯାତ୍ରା ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read: