ଭଦ୍ରକ ୧୪।୬: ଆଜି ପହିଲି ରଜ । କୃଷି ଭିତ୍ତିକ ଗଣ ପର୍ବ ଖୁବ ଜାକଯମକରେ ପାଳନ ହେଉଛି । ଏବେ ରଜର ମହକରେ ମହକୁଛି ଗାଁରୁ ସହର । ଗାଁରେ ରଜ ପାଳନ ପାଇଁ ଗହଳି ଲାଗିଛି । ଖରା ଗରମ ଯେମିତି ରଜର ରଙ୍ଗକୁ ଫିକା କରିଛି । ଗାଁରେ ପୁରୁଣା ସମୟ ଭଳି ରଜ ମଉଜରେ ମସଗୁଲ ସମସ୍ତେ । ଭଦ୍ରକ ଜିଲ୍ଲା ଦରଡ଼ା ଠାରେ ପାଳିତ ହେଉଛି ରଜ ମହୋତ୍ସବ । ଗାଁ ଲୋକେ ମିଳିତ ହୋଇ ପାଳୁଛନ୍ତି ରଜ । ଗାଁ ମୁଣ୍ଡରେ ଭଳିକି ଭଳି ଦୋଳି ବନ୍ଧା ହୋଇଛି । ଦିନରୁ ରାତି ପର୍ଯ୍ୟନ୍ତ ଦୋଳି ଖେଳରୁ ପିଠା, ଆମ୍ବ, ପାନ ଖାଇ ଝିଅ ମାନେ ରଜ ପାଳୁଛନ୍ତି । ଗାଁ ମୁଣ୍ଡରେ ରଜ ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେଉଛି । ସମସ୍ତେ ନାଚ ଗୀତରେ ମଉଜ ମଜଲିସ ରେ ରଜ ପାଳନ କରୁଛନ୍ତି ।
ସହରରେ ରହୁଥିବା ଲୋକ ରଜ ଛୁଟିରେ ଗାଁକୁ ଆସିଛନ୍ତି । ସକାଳୁ କୁଆଁରୀ ଝିଅ ମାନେ ସଜବାଜ ହୋଇ ରଜ ପାଳନ କରୁଛନ୍ତି । ନୂଆ ଲୁଗା ସହ ପାଦରେ ଅଳତା ଓ ହାତର ମେହେନ୍ଦୀ କୁଆଁରୀ ଝିଅଙ୍କ ଶୋଭା ବଢ଼ାଉଛି । ତା ସାଙ୍ଗକୁ ପାନ, ପିଠା, ମିଠା, ଆମ୍ବ ଓ ପଣସର ବାସ୍ନାରେ ମହକୁଛି ଗାଁ ଦାଣ୍ଡ । ବନ୍ଧୁ ବାନ୍ଧବ ଓ ସାଙ୍ଗସାଥିଙ୍କ ମେଳରେ ସାହି ବୁଲିବା ସହ ଦୋଳିରେ ଖେଳିବାର ମଜା ମଧ୍ୟ ନିଆରା । ରଜର ଅସଲି ମଉଜ ଗାଁରେ ହିଁ ଅନୁଭବ କରିହୁଏ । ସେଥିପାଇଁ ତ ରଜରେ ସହରି ବାସିନ୍ଦାଙ୍କ ଭିଡ଼ ଜମେ ଗାଁରେ ।
You Can Read :
ଆସନ୍ତା ୧୭ରୁ ବଢିବ ବର୍ଷାର ପରିମାଣ, ଆହୁରି ୪ ଦିନ ଉପକୂଳରେ ଅସହ୍ୟ ଗୁଳୁଗୁଳି