କଟକ ସହରରେ କାୟା ମେଲାଉଛି ଜଣ୍ଡିସ୍, ଦୂଷିତ ପାନୀୟ ଜଳ ଯୋଗୁଁ ଜଣ୍ଡିସ୍ ବ୍ୟାପୁଥିବା SUCI(C)ର ଅଭିଯୋଗ

Published By : Prameya-News7 Bureau | April 12, 2024 IST

କଟକ ୧୨।୪: କଟକ ସହରରେ ଜଣ୍ଡିସ କାୟା ବିସ୍ତାର କରି ଚାଲିଛି । ସହରର ତିନୋଟି ଓ୍ବାର୍ଡରେ ଜଣ୍ଡିସର ପ୍ରଭାବ ଦେଖିବାକୁ ମିଳିଲାଣି । ସିଏମସି ଓ ଓ୍ବାଟକୋ ବାରମ୍ବାର ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କଥା କହୁଥିବା ବେଳେ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଦୂଷିତ ପାନୀୟ ଜଳ ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଶୁକ୍ରବାର ଏସୟୁସିଆଇ ପକ୍ଷରୁ ସିଏମସି କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସିଏମସି ସହରରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଯୋଜନା ଲାଗୁ କରିଥିବା ବେଳେ ଟ୍ୟାପ୍‌ରେ ଆସୁଥିବା ପାଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି ଏସୟୁସିଆଇ ଅଭିଯୋଗ କରିଛି ।

You Can Read:

ଦୁଇଟି ପ୍ରସଙ୍ଗ ନେଇ CEOଙ୍କୁ ଭେଟିଲା ବିଜେପି ଟିମ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.