ଭୁବନେଶ୍ବର ୯।୧୧: ଆସନ୍ତା ୨୪ ତାରିଖରେ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଏହି ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଟଙ୍କା ଯିବ । ୨୪ ତାରିଖ ଦିନ ସୁନ୍ଦରଗଡ଼ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୭ ତାରିଖରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଜନାର ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯାଇଥିଲା ଟଙ୍କା । ସେହିଭଳି ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିଥିଲା । ଏହି ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ମହିଳାଙ୍କ ଆକାଉଣ୍ଟ ‘ସୁଭଦ୍ରା’ ଟଙ୍କା ପଠାଯାଇ ସାରିଛି । ଖବ୍ଶୀଘ୍ର ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆକାଉଣ୍ଟଙ୍କୁ ଏହି ଟଙ୍କା ପଠାଯିବ । ଏହି ଯୋଜନା ପାଇଁ ପ୍ରାୟ କୋଟିଏରୁ ଅଧିକ ମହିଳା ଆବେଦନ କରିସାରିଛନ୍ତି ।
ଏହି ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ୍ ୫୦ ହଜାର ଟଙ୍କା । ଚଳିତ ଆର୍ଥିକ ବର୍ଷରୁ ଲାଗୁ ହୋଇଛି ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ।
You Can Read: