ଯୁବକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, କଟିଗଲା ବାମ ଗୋଡ଼

Published By : Prameya-News7 Bureau | November 14, 2024 IST

କଳାହାଣ୍ଡି ୧୪।୧୧: ଟ୍ରେନ୍‌ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଉଛନ୍ତି ଜାମଖେଜୁ ଗାଁର ଚନ୍ଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ଜାମଖେଜୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜାମଖେଜୁ ଗାଁର ଚନ୍ଦ୍ର ମାଝୀ ଗୁରୁବାର ଶୌଚ ହେବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ମାଲବାହୀ ଟ୍ରେନ୍ ଆସିଯାଇଥିଲା । ଟ୍ରେନ୍ ଧକ୍କାରେ ତାଙ୍କ ବାମ ଗୋଟ ସମ୍ପୂର୍ଣ୍ଣ କଟି ଯାଇଥିଲା l ତାଙ୍କୁ ପ୍ରଥମେ ବିଶ୍ୱନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l

You Can Read:

ପୋଖରୀରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ବାଇକ୍, ଅଷ୍ଟପ୍ରହରୀରୁ ଫେରିବା ବେଳେ କରାଯାଇଥିଲା ହତ୍ୟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.