ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି : ପ୍ରଭାତୀ ପରିଡ଼ା

Published By : Prameya-News7 Bureau | December 11, 2024 IST

ଭୁବନେଶ୍ବର ୧୧।୧୨: ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ହେଉଛି ଉଦ୍ୟମ, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ।" ଶୀର୍ଷକରେ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର,

ସରକାର ମୁକ ହୋଇ ବସିବା ପୁରା ମିଛ କଥା । ବିଭାଗ ସଚିବ, ରାଜ୍ୟ କମିଶନ ସମସ୍ତେ ପ୍ରତିନିଧି ଦଳକୁ ଭେଟିଛନ୍ତି । ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ । ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ ।  କାହା କଥାରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ । ସରକାର ପଦକ୍ଷେପ ନେବ, କାହା କଥାରେ ରାସ୍ତାରେ ଗଡନ୍ତୁ ନାହିଁ ବୋଲି କହିଥିଲି । 

ଯେଉଁ ମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି, ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ । ଯେଉଁ ମାନଙ୍କର ୫ ବର୍ଷ ଅବଧି ପୁରିଯାଇଛି । ସେମାନେ ଦରମା ପାଇ ସାରିଛନ୍ତି । ଆଉ ଯେଉଁ ମାନଙ୍କର ୫ ବର୍ଷ ଅବଧି ପୁରି ନାହିଁ, ସେମାନଙ୍କୁ ଦରମା ଦେବା ପାଇଁ ସରକାର ୪ ନଭେମ୍ବର ୨୦୨୪ରେ ନିର୍ଦ୍ଦେଶ ଦେଇ ସାରିଛନ୍ତି । 

ପୂର୍ବ ସରକାରରେ ମିଶନ ଶକ୍ତି ଫେଲ୍ । ହୀନ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବିରୋଧୀ ମାଆ ମାନଙ୍କର ସାମଗ୍ରିକ ବିକାଶ ଚାହୁଁନାହାନ୍ତି । ମାଆ ମାନଙ୍କୁ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା ବିଜେଡ଼ି । ମହିଳାଙ୍କ ସଶକ୍ତିକରଣ ପାଇଁ ଡିଣ୍ଡିମ ପିଟୁଥିବା ପୂର୍ବତନ ସରକାର ହିଁ ଭଣ୍ଡୁର କରିଛନ୍ତି । 

କମ୍ୟୁନିଟି ଷ୍ଟାଫ ମାନଙ୍କର ଜୀବନ ଜୀବିକା ପ୍ରତି ସରକାର ସଚେତନ ଅଛନ୍ତି ଏବଂ ସେ ଦିଗରେ କାର୍ଯ୍ୟ କରୁଛନ୍ତି । 

ବିରୋଧୀ ଦଳ ନେତା କହିଲେ, ବିଜେପି ଷଡ଼ଯନ୍ତ୍ର କରୁଛି । ଯିଏ ଏପରି କହୁଛନ୍ତି, ସେ ନିଜେ ମହିଳାଙ୍କୁ ଷଡ଼ଯନ୍ତ୍ର ପାହାଡ ଉପରେ ବସାଇ ଦେଇ ଝୁଲାଇ ଦେଇଛନ୍ତି । ମିଶନ ଶକ୍ତିକୁ ପୋଲିଓ ଶିଶୁ ଭାବେ ପରିଣତ କରିଥିଲା ବିଜେଡ଼ି ସରକାର । 

ବିଜୁ ଜନତା ଦଳ ମହିଳା ମାନଙ୍କୁ ବଳ ବୋଲି କହୁଥିଲା । ନିର୍ବଳୁଆ ମହିଳା ମାନଙ୍କୁ ଢାଲ କରିଥିଲେ ବିଜେଡ଼ି ନେତା । ୨୦୧୯ ଅପ୍ରେଲ ୧ରେ ମିଶନ ଶକ୍ତି ସପୋର୍ଟିଂ ଷ୍ଟାଫ ପାଇଁ ଠିକ୍ ନିର୍ବାଚନ ପୂର୍ବରୁ ୩୪ ହଜାରରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀ ତିଆରି କଲେ । 

କାଳେ ଏହି ଲୋକ ମାନେ ପୁଣି ଥରେ ପୁନଃ ନିଯୁକ୍ତି ପାଇଯିବେ, ସେଥିପାଇଁ ପ୍ରଥମେ ଦଶମ ଠାରୁ କମ୍ ଯୋଗ୍ୟତା ରଖିଥିବା ବେଳେ ୨୦୨୨ରେ ଯୋଗ୍ୟତାକୁ ଯୁକ୍ତ ଦୁଇ ପାସ୍ କରିଦେଲେ । ପୂର୍ବ ସରକାର ଚାହିଁଥିଲେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଚୁକ୍ତି ନବୀକରଣ କରିପାରିଥାନ୍ତେ ।

You Can Read:

ସରକାରୀ ଚାକିରି କରାଇଦେବା ନାଁରେ ୮୨ ଜଣଙ୍କୁ ଠକେଇ : ୫ ଜଣଙ୍କୁ ବାନ୍ଧିଲାଣି ପୋଲିସ, ଲିଙ୍କ୍‌ରେ ଆହୁରି ଅନେକ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.