ଭଙ୍ଗା ବ୍ରିଜ୍‌ରେ ଫସିଲା ଟ୍ରକ୍ : ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | July 23, 2024 IST

ମାଲକାନଗିରି ୨୩: ଲଗାଣ ବର୍ଷା ଯୋଗୁଁ ଭଙ୍ଗା ବ୍ରିଜରେ ଫସିଲା ଟ୍ରକ୍ । ମାଲକାନଗିରି ଜିଲ୍ଲା ମୋଟୁ ଓ ଆନ୍ଧ୍ର ପ୍ରଦେଶ ଚିନ୍ତୁର ସୀମାନ୍ତରେ ଏକ ଭଙ୍ଗା ବ୍ରିଜରେ ଫସିଲା ହଳଦୀ ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । 

ସୂଚନାଯୋଗ୍ୟ ଯେ, ଗତ ୫ ଦିନ ଧରି ମାଲକାନଗିରି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ୩୨୬ ନମ୍ବର ଜାତୀୟ ରାଜପଥର ମୋଟୁ ସୀମାନ୍ତ ଚିନ୍ତୁର ରାସ୍ତାର କୁଇଗୁରୁ ନିକଟରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ବ୍ରିଜ ପାର୍ଶ୍ଵରୁ ରାସ୍ତା ଭାଙ୍ଗି ଯାଇ ଆନ୍ଧ୍ର-ଓଡିଶା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହେଲେ ଏହା ଜାଣି ନପାରି ବିଳମ୍ବିତ ରାତିରେ ତେଲେଙ୍ଗାନାର ଏକ ୧୨ ଚକିଆ ହଳଦୀ ବୋଝେଇ ଟ୍ରକ୍ ଜୟପୁର ଅଭିମୁଖେ ଯାଉଥିବା ବେଳେ ଚିନ୍ତୁର ରାସ୍ତାର   କୁଇଗୁରୁ ନିକଟ ଭଙ୍ଗା ପୋଲ ଭିତରେ ଫସିଯାଇଛି । ରାସ୍ତା ଭାଙ୍ଗି ଯାଇଥିବାରୁ ଟ୍ରକଟି ଆଗକୁ କି ପଛକୁ ଯାଇପାରି ନଥିଲା । ଗାଡି ଚାଳକ ଟ୍ରକଟିକୁ ପଛକୁ କରିବାକୁ ଚେଷ୍ଟା କରିଥିବା ବେଳେ ଟ୍ରକ ପଛପଟ ୪ ସେଟ୍ ଚକ ବାହାରକୁ ପଳାଇ ଟ୍ରକ୍‌ଟି ପାଣି ମଧ୍ୟରେ ଅଟକି ରହିଥିଲା । ଡ୍ରାଇଭର ପାଣିରେ ଭାସିଯିବା ଆଗରୁ ସେଠାରେ ଜଗିଥିବା କିଛି ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଟ୍ରକ୍‌ଟି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ୧୨ ଚକିଆ ଟ୍ରକ୍‌ର ୮ଟି ଚକ ବାହାରି ଯାଇଥିଲା । ଷ୍ଟେପିନ ଟାୟାର ଭାସି ଯାଇଥିବା ବେଳେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

You Can Read:

ସ୍ୱାମୀ ନା ଜହ୍ଲାଦ ? ସାମାନ୍ୟ ବଚସାରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା, ଅଟକ ରଖିଲା ପୋଲିସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.