ବୋରିଗୁମ୍ମା ୨୩।୭: ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର । କୋରାପୁଟ ଜିଲ୍ଲା ବୋରିଗୁମ୍ମା ସୋଲାଗୁଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ସୋଲାଗୁଡା ଅଞ୍ଚଳର ୧୫ ବର୍ଷ ବୟସ୍କ ଚୈତନ୍ୟ ମୁଦୁଲି ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ସେହି ସମୟରେ ଜଙ୍ଗଲ ମଧ୍ୟରୁ ଏକ ଭାଲୁ ଆସି ହଠାତ ଚୈତନ୍ୟଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣର ଶିକାର ହେବା ପରେ ଚିତ୍କାର କରିଥିଲେ ଚୈତନ୍ୟ । ନିକଟରେ ଜମିରେ ଚାଷ କାମ କରୁଥିବା ଲୋକ ଚିତ୍କାର ଶୁଣି ଚୈତନ୍ୟଙ୍କୁ ଭାଲୁ କବଳରୁ ରକ୍ଷା କରି ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଉତ୍ତମ ଚିକିତ୍ସା ପାଇଁ ଜୟପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
You Can Read: